Home ରାଜ୍ୟମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଯୋଜନାର ସମୀକ୍ଷା : ଅଗଷ୍ଟ ୧୫ ସୁଦ୍ଧା ୧୩୮ ପୋଖରୀର ଗ୍ରାସ୍ ଟର୍ଫିଂ କାମ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଯୋଜନାର ସମୀକ୍ଷା : ଅଗଷ୍ଟ ୧୫ ସୁଦ୍ଧା ୧୩୮ ପୋଖରୀର ଗ୍ରାସ୍ ଟର୍ଫିଂ କାମ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

by Maraguda Express
0 comments
ନୂଆପଡ଼ା -୩୧/୭ – ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ (ଜଳବିଭାଜିକା) ସନ୍ତୋଷ କୁମାର ରଥ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ, ଜଳଧାରା ଯୋଜନା, VB-GRAMG ଯୋଜନା ଓ କୃଷି ବନୀକରଣ ଯୋଜନାର ପ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ୩୭ ହେକ୍ଟର ଅଞ୍ଚଳରେ ଚାରାରୋପଣ ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।ସମୀକ୍ଷା ବେଳେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ୧୩୮ଟି ପୋଖରୀର ଗ୍ରାସ୍ ଟର୍ଫିଂ କାର୍ଯ୍ୟକୁ ଅଗଷ୍ଟ ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବା, ବକେୟା ଚାରାରୋପଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଏବଂ VB-GRAMG ଯୋଜନା ଅଧୀନରେ ନୂତନ ପ୍ରକଳ୍ପ ପ୍ରସ୍ତାବ ସୋମବାର ସୁଦ୍ଧା ଦାଖଲ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ସହକାରୀ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ) ଦେବବ୍ରତ ବିଶ୍ୱାଳ, ସ୍ୱୟଂପ୍ରଭା ସିଂହ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବପ୍ରିୟ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ନାୟକଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha