Home ରାଜ୍ୟଦେଓଧରା ରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ : ବିପୁଳ ପରିମାଣର ମଦ ଓ ତାଡ଼ି ଜବତ, ୫ ଅଭିଯୁକ୍ତ ଗିରଫ।

ଦେଓଧରା ରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ : ବିପୁଳ ପରିମାଣର ମଦ ଓ ତାଡ଼ି ଜବତ, ୫ ଅଭିଯୁକ୍ତ ଗିରଫ।

by Maraguda Express
0 comments
ନୂଆପଡ଼ା-୬/୮ -ନୂଆପଡ଼ା ଜିଲ୍ଲାରେ ବେଆଇନ ମଦ କାରବାର ଓ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗର କଡ଼ା ଅଭିଯାନ ଜାରି ରହିଛି। ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର କୋମନା ଥାନା ଅନ୍ତର୍ଗତ ଦେଓଧରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନୂଆପଡ଼ା ଅବକାରୀ ରେଞ୍ଜ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ୩୦ ଲିଟର ବିୟର, ୧୦ ଲିଟର IMFL ମଦ, ୮ ଲିଟର ଆଇ.ଡି. ମଦ, ୨୩ ଲିଟର ଓ.ଏସ୍. ମଦ ଏବଂ ୧୫୦ ଲିଟର ଖଜୁରୀ ତାଡ଼ି ଜବତ କରାଯାଇଥିଲା। ଘଟଣାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।
ଏହି ସ୍ୱତନ୍ତ୍ର ଅଭିଯାନରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ ଓ ମଙ୍ଗଳ ଛତ୍ରିଆଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।
ଜିଲ୍ଲାରେ ବେଆଇନ ମଦ କାରବାର ଏବଂ ଚୋରାଚାଲାଣକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଭାଗ ସୂଚନା ଦେଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha