51
ନୂଆପଡ଼ା -୨୬/୦୯- ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୫ କିମି ଦୂର ସିଲଦାସ୍ଥିତ ନ୍ୟାସନାଲ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା (NSS) ପକ୍ଷରୁ ‘ନଶାମୁକ୍ତ ବିକଶିତ ଭାରତ’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଶାଦ୍ରବ୍ୟର କୁପରିଣାମ, ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା।
ଏହି ଅବସରରେ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟର ଡା. ସେଫାଳୀ ବିଶି ଓ ଏଏନଏମ୍ ଖିରୋଚମା ସାହୁଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ସହ ଏକ ନିଃଶୁଳ୍କ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ନଶା ସେବନ ଯୋଗୁଁ କର୍କଟ, ଯକୃତ ରୋଗ ଓ ହୃଦରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଏଥିସହ ନଶାରୁ ଦୂରେଇ ରହିବା, ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଓ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ୍ ସାଙ୍କ ନେତୃତ୍ୱରେ ନଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଯାଇଥିଲା। ଖେଳ ଶିକ୍ଷକ ପ୍ରକାଶ କୁମାର ସାହୁ, ଅଧ୍ୟାପକ ବୈଦ୍ୟନାଥ ଗର୍ତ୍ତିଆ, ଅଧ୍ୟାପିକା ମମତା ପଟ୍ଟନାୟକ, ଅଧ୍ୟାପକ ଶୁକଦେବ ଭିଲ୍, ରଞ୍ଜିତ ନାଏକଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, NSS ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ନଶା ବିରୋଧରେ ସାମୂହିକ ଶପଥ ଗ୍ରହଣ କରିଥିଲେ। ଗଞ୍ଜେଇ, ଅଫିମ, ତମାଖୁ, ଗୁଟଖା ଓ ମଦ ଭଳି ନଶାଦ୍ରବ୍ୟର କୁପରିଣାମ ସମ୍ପର୍କରେ ଆଲୋଚନା କରାଯାଇ ଯୁବପିଢ଼ିଙ୍କୁ ନଶାମୁକ୍ତ ଜୀବନଶୈଳୀ ଆପଣାଇବା ପାଇଁ ଆହ୍ୱାନ କରାଯାଇଥିଲା।
ଶେଷରେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଅଧିକାରୀ ଜଗନ୍ନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିସହ NSS ସ୍ୱେଚ୍ଛାସେବୀମାନେ ଗାଁ ଗାଁକୁ ଯାଇ ନଶା ବିରୋଧରେ ଜନସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।ନଶାମୁକ୍ତ ଯୁବପିଢ଼ି ହିଁ ସୁସ୍ଥ ଓ ବିକଶିତ ସମାଜର ଭିତ୍ତି—ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମରେ ନଶା ବିରୋଧରେ ସାମୂହିକ ସଚେତନତାର ଆହ୍ୱାନ ଦିଆଯାଇଥିଲା।