Home ରାଜ୍ୟଶିକ୍ଷା ଅଧାରୁ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର।

ଶିକ୍ଷା ଅଧାରୁ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର।

by Maraguda Express
0 comments

Table of Contents

ନୂଆପଡ଼ା-୨୨/୪ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ଆଇନଗତ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ସ୍ଥିତ ଦେବିଚରନ୍ ହାଇସ୍କୁଲ ପରିସରରେ ‘ନାଲସା (ପାଠ୍ୟକ୍ରମ ଛାଡ଼ିଥିବା ଓ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା) ଯୋଜନା, ୨୦୨୫’ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ
ଜିତେନ୍ଦ୍ର କୁମାର ସେଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିନାପାଲି
ଉର୍ମିଳା ମହାପାତ୍ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,
ବେଣୁଧର ହରିଜନ ସରପଞ୍ଚ, ଝାରବନ୍ଧ
ରୋହିତେଶ୍ୱର ନାୟକ ପି.ଇ.ଓ.,
ଏଥିସହିତ ସିନାପାଲି ଅଧିବକ୍ତା ସଂଘର ବରିଷ୍ଠ ସଦସ୍ୟ ବାଣୀ ବଲ୍ଲଭ ପାଣିଗ୍ରାହୀ, ବିଜୟାନନ୍ଦ ବେହେରା, ଜଗବନ୍ଧୁ ମେହେର, ଗୁଣସାଗର ମେହେର ଏବଂ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଓ ତାଲୁକ ଆଇନ ସେବା ସମିତିର ଅଧିକାର ମିତ୍ରମାନେ ଉପସ୍ଥିତ ଥିଲେ।

ଶିବିରକୁ ସମ୍ବୋଧିତ କରି ସଚିବ ନବନୀତା ଦାଶ ନାଲସା (NALSA) ର ୨୦୨୫ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, “କୌଣସି ବି ଶିଶୁ ଅଭାବ କିମ୍ବା ପାରିବାରିକ ଅସୁବିଧା କାରଣରୁ ଶିକ୍ଷାରୁ ବଞ୍ଚିତ ହେବା ଉଚିତ ନୁହେଁ।” ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ପୁଣିଥରେ ବିଦ୍ୟାଳୟରେ ନାମ ଲେଖାଯାଇପାରିବ ଏବଂ ସେମାନଙ୍କୁ ମିଳୁଥିବା ମାଗଣା ଆଇନଗତ ସହାୟତା ସମ୍ପର୍କରେ ସେ ସଚେତନ କରିଥିଲେ।
“ଶିକ୍ଷା ପ୍ରତିଟି ଶିଶୁର ମୌଳିକ ଅଧିକାର। ସାମାଜିକ ବା ଅର୍ଥନୈତିକ ପ୍ରତିବନ୍ଧକ ଯେପରି ଶିକ୍ଷା ପଥରେ ବାଧା ସୃଷ୍ଟି ନକରେ, ସେଥିପାଇଁ ନାଲସା ସର୍ବଦା ତତ୍ପର।” – ନବନୀତା ଦାଶ (ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ)

ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ସେଠ ଅଧାରୁ ପାଠ ଛାଡ଼ିଥିବା (Dropout) ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ଆର୍ଥିକ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ। ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ମିଳୁଥିବା ସହାୟତା ରାଶି ଏବଂ ଏହାର ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
ଏହି ଶିବିର ମାଧ୍ୟମରେ ଅଞ୍ଚଳରେ ଶିକ୍ଷାର ପ୍ରସାର ଏବଂ ଆଇନ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha