ଅସହାୟ ମହିଳା ଙ୍କୁ ରେଡକ୍ରସ ପାଣ୍ଠି ରୁ ପାଞ୍ଚ ହଜାର ସହାୟତା , ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର: – ୮୮ ଟି ବ୍ୟକ୍ତି ଗତ ଓ ୧୮ ଟି ଗୋଷ୍ଠୀ ଗତ ଅଭିଯୋଗ ର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ।
ନୂଆପଡା -୧୬/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା
ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ୧୦୬ ଟି ବିଭିନ୍ନ ଅଭିଯୋଗର ଶୁଣାଣି ଜିଲ୍ଲା ପ୍ରଶାସନ କରିଛନ୍ତି। ସେଥିରୁ ୮୮ ଟି ବ୍ୟକ୍ତିଗତ ଓ ୧୮ ଟି ଗୋଷ୍ଠିଗତ ଅଭିଯୋଗ ଥିଲା । ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅସହାୟ ବିଧବା ମହିଳା ସଂଗୀତା ବିଶି ଖରିଆରଙ୍କୁ ରେଡ୍ କ୍ରସ୍ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସ ପି ଙ୍କ ସହିତ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ମନୋଜ କୁମାର ସାହୁ , ଜିଲ୍ଳା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ l ଶିବିର ପରିଚାଳନାରେ ଡେପୁଟି କଲେକ୍ଟର ଶେଖ୍ ନସିମ,ବିଡ଼ିଓ ନରସିଂହ ଗଡବା , ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, ଇ ଓ ଖରିଆର ଏନ ଏ ସି ସ୍ଵାଧୀନ ମହାରଣା ପ୍ରମୁଖ ସହଯୋଗ କରିଥିଲେ l ଏଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ,ବ୍ଲକ ସ୍ତରୀୟ ଅଧିକାରୀ , କର୍ମଚାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ବ୍ଳକ୍ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ଓ ସ୍ଥାନୀୟ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ।ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା ହୋଇଥିଲା ।
ଅସହାୟ ମହିଳା ଙ୍କୁ ରେଡକ୍ରସ ପାଣ୍ଠି ରୁ ପାଞ୍ଚ ହଜାର ସହାୟତା , ୧୦୬ ଟି ବିଭିନ୍ନ ଅଭିଯୋଗ ରୁ ୮୮ ଟି ବ୍ୟକ୍ତି ଗତ ଓ ୧୮ ଟି ଗୋଷ୍ଠୀ ଗତ ଅଭିଯୋଗ ର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ।
68