ବିକାଶ ମେଳା ର ତୃତୀୟ ଦିନ ରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ର କର୍ମଶାଳା
ନୂଆପଡ଼ା -୧୪/୬(ଏମ.ଇ) ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିକାଶ ମେଳା ର ତୃତୀୟ ଦିବସ ରେ ନୂଆପଡ଼ା ରେ କୃଷକ ମାନଙ୍କ ଉନ୍ନତି ତଥା ସମୃଦ୍ଧି ନିମନ୍ତେ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳା ର ଆୟୋଜକ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ନିଜ ବିଭାଗର ଚାଷିମାନଙ୍କୁ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଏକତ୍ରିତ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଧେଶରେ ଅନୁଷ୍ଠିତ ଉପରୋକ୍ତ କର୍ମଶାଳା ତଥା କୃଷକ ସଚେତନତା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଇତା ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଭା ର ପ୍ରଥମ ଭାଗ ରେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ କୋଟିନି ଦୋରା ନିଜ ବିଭାଗ ର କାର୍ଯ୍ୟକ୍ରମ ସମ୍ପର୍କ ରେ ସୁଚନା ଦେଇ ଥିଲେ। ସଭାପତି ଅତିରିକ୍ତ ଜିଲ୍ଲାପାଳ କୃଷକ ମାନଙ୍କୁ ସମନ୍ୱିତ କୃଷି ଆପଣାଇ ନିଜ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ସହିତ ଜିଲ୍ଲାର ସମୃଦ୍ଧି ରେ ସହାୟକ ହେବା ପାଇଁ ଚାଷିମାନଙ୍କୁ ଉତ୍ସାହିତ କରିଥିଲେ। ଏଡିଭିଓ ବାଳକୃଷ୍ଣ ଦ୍ବିବେଦୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭିଜନ କୁମାର ସାହୁ ଚାଷିମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ନିଜ ନିଜ ବିଭାଗର ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ସୁଚନା ଦେବା ସହିତ କୃଷକମାନଙ୍କ ସଫଳତା ର କାହାଣୀ ଶୁଣାଇ ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ ସଦର ବ୍ଲକ ର ଚାଷି ଜ୍ୟୋତ୍ସ୍ନା ମାଝୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ -ଗୋ ସ୍ଵାମୀ, ତୋଷରଞ୍ଜନ ସାହୁ,କୋମନା ବ୍ଲକ ର କୁମରମଣି ରଣା, ବାୟୋଫ୍ଲେକ ଚାଷି ଦିଲ ଚନ ନାଏକ,ଖଡିଆଳ ବ୍ଲକ ର ଘାସ ଚାଷି ରତ୍ନାକର ପଟେଲ, ଗୋପାଳକ ରିଖିରାମ ପୋଢ଼, ମାଛ ଚାଷି ଧବଳେଶ୍ଵର ମେହେର, ବୋଡ଼େନ ବ୍ଲକ ର ମାଛ ଚାଷି ଜୟନ୍ତ ବେହେରା ଏବଂ ପ୍ରାଥମିକ ମତ୍ସ୍ୟଜିବୀ ସମବାୟ ସମିତି ମାଁ ଚଣ୍ଡି ପତୋରା ଙ୍କୁ ମାନପତ୍ର, ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ। ସଭା କୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟ ରେ ଅତିଥି ରୁପେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଯୁଗ୍ମ ନିର୍ଦ୍ଦେଶକ ହିମକୃତ ଶୁକ୍ର କେନ୍ଦ୍ର କଟକ ଡ. ଆଲୋକ କୁମାର ନାଏକ, ଉପ ନିର୍ଦ୍ଦେଶକ ଜଳ ବିଭାଜିକା ରଶ୍ମି ରଞ୍ଜନ ପାତ୍ର ଯୋଗ ଦେଇଥିଲେ। ଉପରୋକ୍ତ କାର୍ମଶାଳା ରେ ସଂମ୍ପୃକ୍ତ ବିଭାଗ ର ଅଧିକାରୀ ଓ କର୍ମଚାରି ଉପସ୍ଥିତ ରହି ସହଯୋଗ କରିଥିଲେ ।
ବିକାଶ ମେଳା ର ତୃତୀୟ ଦିନ ରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ର କର୍ମଶାଳା
96