ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ‘ବିଶ୍ୱ ବୟସ୍କ ଦୁର୍ବ୍ଯବହାର ସଚେତନତା ଦିବସ’ ପାଳିତ।
ନୂଆପଡ଼ା -୧୫/୬(ଏମ.ଇ)
ନୂଆପଡା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ପଞ୍ଚାୟତ ଅନ୍ତର୍ଗତ ସିନାପାଲି ଗ୍ରାମସ୍ଥିତ ହୋଲି ହୋମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବୃଦ୍ଧାଶ୍ରମରେ ମାନ୍ୟବର ଜିଲ୍ଲା ଜଜ ନିରଞ୍ଜନ ପଣ୍ଡାଙ୍କ ନିର୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡା ଆନୁକୂଲ୍ୟରେ ‘ବିଶ୍ୱ ବୟସ୍କ ଦୁର୍ବ୍ଯବହାର ସଚେତନତା ଦିବସ’ ପାଳନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ତଥା ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ, ପ୍ରାଧିକରଣର ସଚିବ ସୁଶ୍ରୀ ନବନୀତା ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲ୍ଲାର ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, କୁରୁମପୁରୀର ସ୍ଥାନୀୟ ଓକିଲ ଅଖିଳ ଶବର, ହୋଲି ହୋମ ବୃଦ୍ଧାଶ୍ରମର କର୍ମକର୍ତ୍ତାଗଣ ଓ ପ୍ରାଧିକରଣର ଆଇନ ସ୍ୱେଚ୍ଛାସେବୀ (ଅଧିକାର ମିତ୍ରଗଣ) ଯୋଗଦେଇଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଓ ଓକିଲମାନେ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଚଳିତ କାର୍ଯ୍ୟକ୍ରମ, ବୟସ୍କ ମାନଙ୍କୁ ସମ୍ମାନ, ବରିଷ୍ଠ ନାଗରିକ ମାନଙ୍କ ଅଧିକାର ବିଷୟରେ ବୁଝାଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଆଇନସେବାର ଉପଲବ୍ଧି ବିଷୟରେ ଆଲୋଚନା କରିଥିଲେ । ଏହାପରେ ମୁଖ୍ୟ ଅତିଥିରୂପେ ଜିଲ୍ଲାପାଳ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉପଲବ୍ଧ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ ବିଷୟରେ ଆଲୋକପାତ କରିଥିଲେ ଓ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ I ତତ୍ ପଶ୍ଚାତ୍, ନୂଆପଡ଼ା ଜିଲ୍ଲା ‘ଏକକ-ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ’ ଭାବେ ଘୋଷିତ ହୋଇଥିବାରୁ ସେହି କ୍ରମରେ ସେଠାରେ ଏକ ସ୍ୱଚ୍ଛତା ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ସିନାପାଲି ଓ ଆଖପାଖର କିଛି ଗ୍ରାମବାସୀ ମାନେ ମଧ୍ୟ ସଫଳରୂପେ ଅଂଶଗ୍ରହଣ କରିଥିଲେ ।
ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ‘ବିଶ୍ୱ ବୟସ୍କ ଦୁର୍ବ୍ଯବହାର ସଚେତନତା ଦିବସ’ ପାଳିତ
75