Home Uncategorizedଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ଓ ଜିଲ୍ଲା ଶ୍ରମିକ ମହାସଂଘ ର ବିଭିନ୍ନ ସମସ୍ୟା ଶୁଣିଲେ ମନ୍ତ୍ରୀ ଓ ସମାଧାନ ର ପ୍ରତିଶୃତି ଦେଲେ

ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ଓ ଜିଲ୍ଲା ଶ୍ରମିକ ମହାସଂଘ ର ବିଭିନ୍ନ ସମସ୍ୟା ଶୁଣିଲେ ମନ୍ତ୍ରୀ ଓ ସମାଧାନ ର ପ୍ରତିଶୃତି ଦେଲେ

ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ଓ ଜିଲ୍ଲା ଶ୍ରମିକ ମହାସଂଘ ର ବିଭିନ୍ନ ସମସ୍ୟା ଶୁଣିଲେ ମନ୍ତ୍ରୀ ଓ ସମାଧାନ ର ପ୍ରତିଶୃତି ଦେଲେ

by Maraguda Express
0 comments

ଓଡ଼ିଶା କେନ୍ଦୁ ପତ୍ର କର୍ମଚାରୀ ଓ ଜିଲ୍ଲା ଶ୍ରମିକ ମହାସଂଘ ର ବିଭିନ୍ନ ସମସ୍ୟା ଶୁଣିଲେ ମନ୍ତ୍ରୀ ଓ ସମାଧାନ ର ପ୍ରତିଶୃତି ଦେଲେ । ନୂଆପଡା -୧୨/୬(ସୁରେନ୍ଦ୍ର ତିୱାରୀ)
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱ ରେ ରାଜ୍ୟ ର ନବ ଗଠିତ ଓଡ଼ିଶା ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ବିକାଶ ମେଳା ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ପାଇଁ ଆସିଥିବା ନୂଆପଡା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଗଣେଷ ରାମ ସିଂହ ଖୁଣ୍ଟିଆ ଙ୍କୁ ସର୍କିଟ ହାଉସ ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଦାବୀ ପତ୍ର ପ୍ରଦାନ କରି ଆଲୋଚନା କରାଯାଇଛି। ବିଜେପି ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ,ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ ର ରାଜ୍ୟ ସମ୍ପାଦକ ତଥା ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଆବାହକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଦୁଇଟି ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଙ୍କୁ ସାକ୍ଷାତ୍ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ। କେନ୍ଦୁପତ୍ର ସଂସ୍ଥା ରେ କାର୍ଯ୍ୟ ରତ ସମସ୍ତ ସିଯିନାଲ ଷ୍ଟାଫ୍ ଙ୍କ ଦରମା ବୃଦ୍ଧି, ଅବସର ସମୟ ୬୨ ବର୍ଷ ରୁ ୬୫ବର୍ଷ କୁ ବୃଦ୍ଧି, ବନ୍ଧେଇ କୁଲି ଙ୍କ ମଜୁରୀ ବୃଦ୍ଧି, ସୁନାବେଡା ଅଭୟାରଣ୍ୟରେ ସେଠିକାର ଅଧିବାସୀ ଙ୍କୁ ସଂଗ୍ରହ ଅଧିକାର ପ୍ରଦାନ, ଖରିଆର୍ ଡିଭିଜନ ର ବାକି ଫାଲ ୟୁନିଟ କୁ ସମ୍ପୂର୍ଣ୍ଣ ପ୍ରୋସେସ କରିବା, ସାମାଜିକ କଲ୍ୟାଣ ଯୋଜନା ରେ ବାଦ୍ ପଡ଼ିଥିବା ଅନ୍ୟାନ୍ୟ ସୁବିଧା ଲାଗୁ କରିବା ଇତ୍ୟାଦି ଦାବୀ ଗୁଡ଼ିକୁ ନେଇ ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା ହୋଇଥଲା। ଠିକ ସେହିପରି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ଦାଦନ ମୁକ୍ତ ଜିଲ୍ଲା ପାଇଁ ପେକେଜ ଓ ପଦକ୍ଷେପ, ଖାରିଆର୍ ରୋଡ଼ ରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଖରିଆର ରୋଡ଼ ରୁ ନୂଆପଡା କୁ ତୁରନ୍ତ ସ୍ଥାନାନ୍ତରଣ କରିବା, ନିର୍ମାଣ ଶ୍ରମିକ ଙ୍କୁ ପୂର୍ବବତ ସୁରକ୍ଷା ଉପକରଣ ଓ ସାଇକେଲ ପ୍ରଦାନ, ପ୍ରତ୍ୟେକ ବ୍ଲକ୍ ରେ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା, ନୂଆପଡା ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଖାଲିଥିବା ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ କରିବା, ମନରେଗା ଦୁର୍ନିତୀ ର ତଦନ୍ତ ଓ ବକେୟା ଥିବା ପାଞ୍ଚ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ତୁରନ୍ତ ପ୍ରଦାନ କରିବା ଇତ୍ୟାଦି ଦାବୀ ନେଇ ଆଲୋଚନା କରଯାଇଥିଲା। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସମସ୍ତ ଦାବୀ କୁ ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଖରିଆର ରୋଡ଼ ରୁ ନୂଆପଡା କୁ ସ୍ଥାନାନ୍ତରଣ କରିବା ଉପରେ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଦାବୀ ର ଯଥାର୍ଥତା କୁ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ତାଙ୍କ ବ୍ୟକ୍ତିଗତ ସହାୟକ ସଚିବ ଙ୍କୁ ନିର୍ଦେଶ ଦେଇଥିଲେ। ଏହି ସାକ୍ଷାତ୍ ଆଲୋଚନା କାର୍ଯକ୍ରମ ରେ ଭକ୍ତବନ୍ଧୁ ଧରୁଆ, ପ୍ରଦୀପ ଦଣ୍ଡସେନା, ସୁଖ ଦେବ୍ ସାହୁ, ଜ୍ଞାନେଶ୍ଵର୍ ବାଗ, ଜ୍ଞାନରଞ୍ଜନ ସାହୁ, ବାବୁଲାଲ ମାଝୀ, ବଲଧର୍ କେତକୀ, ଗୌତମ ବରିହା, ଈଶ୍ୱର ସାହୁ, ଟିକେଶ୍ୱର୍ ପାଣ୍ଡେ, ସନ୍ତୋଷ ସାହୁ, ଈଶ୍ୱର ଶବର, ଅଜୟ ରାଉତ ପ୍ରମୁଖ ସାମିଲ ହୋଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha