Home Uncategorizedଜିଲ୍ଲାପାଳଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ସମୀକ୍ଷା : ବିଷାଦ ଦୁର କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମ୍ୟୁଜିକ୍ ଥେରାପି ଆରମ୍ଭ ହେବ – ଜିଲ୍ଲାପାଳ l

ଜିଲ୍ଲାପାଳଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ସମୀକ୍ଷା : ବିଷାଦ ଦୁର କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମ୍ୟୁଜିକ୍ ଥେରାପି ଆରମ୍ଭ ହେବ – ଜିଲ୍ଲାପାଳ l

ଜିଲ୍ଲାପାଳଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ସମୀକ୍ଷା : ବିଷାଦ ଦୁର କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମ୍ୟୁଜିକ୍ ଥେରାପି ଆରମ୍ଭ ହେବ - ଜିଲ୍ଲାପାଳ l

by Maraguda Express
0 comments

ଜିଲ୍ଲାପାଳଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ସମୀକ୍ଷା : ବିଷାଦ ଦୁର କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମ୍ୟୁଜିକ୍ ଥେରାପି ଆରମ୍ଭ ହେବ – ଜିଲ୍ଲାପାଳ l
ନୂଆପଡ଼ା- ୧୮/୬ (ଏମ.ଇ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ଏବଂ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ ସମୀକ୍ଷା ବୈଠକ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁ, ଏ ଡି ଏମ୍ ଓ – ଡଃ ଲଲିତ ମୋହନ ବିଶି, ଡଃ ଉମାକାନ୍ତ ମେହେର, ଜିଲ୍ଳା ସମସ୍ତ ଡାକ୍ତରଖାନାର ମୁଖ୍ୟ ଅଧିକାରୀ, ବୈଷୟିକ ଅଧିକାରୀ ମାନେ ଯୋଗ ଦେଇଥିଲେ l ସମୀକ୍ଷାରୁ ଜଣାଯାଇଛି ଯେ ଏପ୍ରିଲରୁ ଜୁନ଼୍ ୧୫ ମଧ୍ୟରେ ଜିଲ୍ଳାରେ ମାତୃ ମୃତ୍ୟୁ ସଂଖ୍ୟା ୩ ହୋଇଥିବା ବେଳେ ଶିଶୁ ମୃତ୍ୟୁ ୩୯ ରହିଛି l ଏଥିରେ ଜିଲ୍ଲାପାଳ ଦୁଃଖ ପ୍ରକାଶ କରି ଜିଲ୍ଲାରୁ ମାତୃ ଓ ଶିଶୁ ମୃତ୍ୟୁ ହାର ଶୂନ୍ୟ କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨,୮୮,୪୧୯ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରାପ୍ତ ହୋଇଥିଲା ବେଳେ ସେଥିରୁ ୧,୪୯,୩୦୧ କାର୍ଡ ବଣ୍ଟନ ହୋଇଛି l ସମସ୍ତ ସ୍ୱାସ୍ଥ୍ୟ ବୀମା କାର୍ଡ ଅତି ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲାରେ ଏପ୍ରିଲ ରୁ ଜୁନ଼୍ ୧୫ ମଧ୍ୟରେ ୨୧୩୬ ଜଣ ରକ୍ତଚାପ ରୋଗୀ, ୧୩୫୬ ଜଣ ମଧୁମେହ ରୋଗୀ ଏବଂ ୬୩୦୬ ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି l ଜିଲ୍ଲାର ସମସ୍ତ ଅଣ ସଂକ୍ରାମକ ରୋଗୀ ଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ l ସେହିପରି ଜିଲ୍ଲାକୁ ସମ୍ପୂର୍ଣ୍ଣ କୁଷ୍ଠ ରୋଗ ଓ ଟି ବି ମୁକ୍ତ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଆହ୍ଵାନ ଦେଇଛନ୍ତି l ଜିଲ୍ଲାପାଳଙ୍କ ଏକ ଅଭିନବ ପଦକ୍ଷେପ ସ୍ଵରୂପ ଜିଲ୍ଲା ର ସମସ୍ତ ଡାକ୍ତରଖାନାର ୱାର୍ଡ ମାନଙ୍କରେ ଲୋକପ୍ରିୟ ଭଜନ ତଥା ପୁରୁଣା ଚଳଚ୍ଚିତ୍ର ସଙ୍ଗୀତ ମଧୁର ସ୍ଵରରେ ଗୁଞ୍ଜରିତ ହେବ l ଏହି ମ୍ୟୁଜିକ୍ ଥେରାପି ରୋଗୀ ମାନଙ୍କ ମନରୁ ବିଷ ଓ ବିଷାଦ ଦୁର କରିବ l ଏହା ସେମାନଙ୍କୁ ଶାନ୍ତି ପ୍ରଦାନ କରିବା ସହିତ ସେମାନେ ଦୃତ ଆରୋଗ୍ୟ ଲାଭ କରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l ପିସିପିଏନଡିଟି ଆକ୍ଟ ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରି ଜିଲ୍ଲାପାଳ କହିଲେ ଯେ ଜିଲ୍ଳାରେ ବିଭିନ୍ନ କ୍ଲିନିକ ରେ ଅବୈଧ ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଥିବାରୁ ଜିଲ୍ଲାରେ କନ୍ୟା ଜନ୍ମହାର ବୃଦ୍ଧି ପାଇଛି l ଏହାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha