Home Uncategorizedଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ l ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ ଦେବା, ସୁଖରେ ରହିବା -ଜିଲ୍ଲାପାଳ

ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ l ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ ଦେବା, ସୁଖରେ ରହିବା -ଜିଲ୍ଲାପାଳ

by Maraguda Express
0 comments

ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ l ପାରମ୍ପରିକ ଖାଦ୍ୟକୁ ଗୁରୁତ୍ୱ ଦେବା, ସୁଖରେ ରହିବା -ଜିଲ୍ଲାପାଳ lVID-20250613-WA0293
ନୂଆପଡ଼ା -୧୩/୬  ନୂଆପଡ଼ାରେ ଚାଲିଥିବା ବିକାଶ ମେଳା ର ଦ୍ଵିତୀୟ ଦିନରେ ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନ ମାନଙ୍କରେ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପ୍ରଥମ ହୋଇଥିବା ୫ ଟି ମହିଳା ସ୍ଵୟଂ ସହାୟକ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ l ପାରମ୍ପରିକ ଖାଦ୍ୟ ଶ୍ରେଣୀରେ ଅତ୍ୟନ୍ତ ସ୍ଵାଦିଷ୍ଟ ଭୋଜନ ସମସ୍ତେ ପ୍ରସ୍ତୁତ କରିଥିଲେ l ଏହି ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ଆମେ ପାରମ୍ପରିକ ଖାଦ୍ୟକୁ ସବୁବେଳେ ଗୁରୁତ୍ୱ ଦେଇ ସୁସ୍ଥ ଏବଂ ସୁଖରେ ରହିବା ବୋଲି କହିଥିଲେ | ପ୍ରତିଯୋଗିତାର ବିଚାରକ ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଡଃ ସଚ୍ଚିଦାନନ୍ଦ ତ୍ରିପାଠୀ, ଅବକାରୀ ଅଧିକ୍ଷକ ସଙ୍ଘମିତ୍ରା ପ୍ରଧାନ, ଅତିରିକ୍ତ ଜିଲ୍ଲା ଟ୍ରେଜେରୀ ଅଧିକାରୀ ମଧୁସ୍ମିତା ପରିଜା, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ଖାଦ୍ୟର ସ୍ଵାଦ ଗୁଣ ମାନ ପରୀକ୍ଷା କରିଥିଲେ l ଜିଲ୍ଲା ମିଶନ ଶକ୍ତି ଆନୁକୁଲ୍ୟରେ ଜିଲ୍ଲା ପରିଚାଳକ ସୁନୀଲ କୁମାର ମଲ୍ଲିକ ପ୍ରତିଯୋଗିତାର ଆୟୋଜନ କରିଥିଲେ l ସରକାରଙ୍କ ତରଫରୁ ପ୍ରଥମ ଦଳ ଜୟ ମା ତୁଳସୀ, କୋମନା ଙ୍କୁ ଦଶ ହଜାର, ଦ୍ଵିତୀୟ ଦଳ ନାଓମି, ନୂଆପଡ଼ାଙ୍କୁ ଆଠ ହଜାର ଏବଂ ତୃତୀୟ ଦଳ ଶ୍ରୀମା, ବୋଡ଼େନ ଙ୍କୁ ୬ହଜାର ଟଙ୍କା ପୁରସ୍କାର ମିଳିବ l ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha