ଏଚପିସିଏଲ ଦ୍ଵାରା ବିଶାଖାପାଟଣାରୁ ରାୟପୁରକୁ ବିଛାହେବ ପେଟ୍ରୋଲିୟମ ପାଇପଲାଇନ l ଇନ୍ଧନ ତୈଳ ସଂକଟ ଦୂର ହେବ l
ନୂଆପଡା -୧୨/୬
ରାଷ୍ଟୀୟ ତୈଳ ଉଦ୍ୟୋଗ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ ଦ୍ଵାରା ବିଶାଖାପାଟଣାରୁ ରାୟପୁରକୁ ଦୀର୍ଘ ୫୪୦କିମି ଦୂର ପେଟ୍ରୋଲିୟମ ପାଇପ ଲାଇନ ବିଛାହେବ |ବିଶାଖାପାଟଣାର ଏଚପିସିଏଲ ରିଫାଇନାରୀରୁ ରାୟପୁରର ପୂର୍ବ ଡିପୋକୁ ପ୍ରସ୍ତୁତ ଉତ୍ପାଦ ଅର୍ଥାତ୍ ପେଟ୍ରୋଲ, ଡିଜେଲ, କିରୋସିନ ପାଇପ୍ ଲାଇନ ଦ୍ଵାରା ପରିବହନ କରାଯିବ। ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଚାହିଦା ପୂରଣ କରିବା ପାଇଁ ବଲାଙ୍ଗୀର ଜିଲ୍ଲା କାଣ୍ଟାବାଞ୍ଜିରେ ଏକ ନୂତନ ଡିପୋ ନିର୍ମାଣ କରାଯିବ। ଏହି ପାଇପଲାଇନ ନୂଆପଡ଼ା ଜିଲ୍ଳା କୋମନା ତହସିଲର ୧୯ଟି ଗ୍ରାମ ଏବଂ ନୂଆପଡ଼ା ତହସିଲର ୧୧ଟି ଗ୍ରାମ ଦେଇ ଯିବ। ନୂଆପଡା ଜିଲ୍ଲାରେ ମୋଟ ୪୮କିମି ଲମ୍ବ ପାଇପଲାଇନ ରହିବ | ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହୋଇଥିବାରୁ, ଏଚ ପିସିଏଲ ଜିଲ୍ଲା ପ୍ରଶାସନ, ନୂଆପଡାର ସହାୟତା ପାଇଁ ଅନୁରୋଧ କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା | ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଭୂ ଅର୍ଜନ ଅଧିକାରୀ ହେମନ୍ତ ପୁଟା, କୋମନା, ନୂଆପଡା ର ତହସିଲଦାର, ଜିଲ୍ଲା ପ୍ରଶାସନର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଏଚପିସିଏଲ ପ୍ରକଳ୍ପ ପରିଚାଳକ ଅଧିକାରୀ ରମେଶ ଚନ୍ଦ୍ର ସେଠୀ, ଅମିତ ମୀନା, ରେଶେଭ ଥାପଲିୟାଲ ବୈଠକରେ ଉପସ୍ଥିତ ଥିଲେ | ଏଚପିସିଏଲ ପ୍ରକଳ୍ପ କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡା ଦାୟିତ୍ବରେ ଥିବା ରମେଶ ଚନ୍ଦ୍ର ସେଠୀ ପ୍ରକଳ୍ପର ଗୁରୁତ୍ବ ଏବଂ ଅଧିକାରୀଙ୍କଠାରୁ ଲୋଡାଯାଇଥିବା ସାହାଯ୍ୟ ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲାପାଳ ବୈଠକକୁ ସମ୍ବୋଧନ କରି କହିଲେ ଯେ ଏହା ଆମ ଜିଲ୍ଲା ପାଇଁ ଏକ ଭଲ ପ୍ରକଳ୍ପ l ଏଥିରୁ ଆମ ରାଜ୍ୟ ତଥା ଅଞ୍ଚଳବାସୀ ବେଶ ଲାଭବାନ ହେବେ | ଏଥି ସକାଶେ ଯେ କୌଣସି ସହଯୋଗ ଦରକାର ଜିଲ୍ଲା ପ୍ରଶାସନ ସେସବୁ ଯୋଗାଇ ଦେବେ ବୋଲି ସେ କହିଥିଲେ |
ଏଚପିସିଏଲ ଦ୍ଵାରା ବିଶାଖାପାଟଣାରୁ ରାୟପୁରକୁ ବିଛାହେବ ପେଟ୍ରୋଲିୟମ ପାଇପଲାଇନ l ଇନ୍ଧନ ତୈଳ ସଂକଟ ଦୂର ହେବ l
87