Home Uncategorizedସାତ ଦିନ ବ୍ୟାପୀ “ବିକାଶ ମେଳା” ର ପରିସମାପ୍ତି

ସାତ ଦିନ ବ୍ୟାପୀ “ବିକାଶ ମେଳା” ର ପରିସମାପ୍ତି

ସାତ ଦିନ ବ୍ୟାପୀ "ବିକାଶ ମେଳା" ର ପରିସମାପ୍ତି

by Maraguda Express
0 comments

ସାତ ଦିନ ବ୍ୟାପୀ “ବିକାଶ ମେଳା” ର ପରିସମାପ୍ତି
ନୂଆପଡ଼ା -୧୯/୬(ଏମ.ଇ)
ନୂଆପଡ଼ା ଜିଲ୍ଲାରେ ସାତ ଦିନ ବ୍ୟାପୀ “ବିକାଶ ମେଳା” ର ପରିସମାପ୍ତି ଘଟିଛି l ଅନ୍ତିମ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ହସ୍ତଶିଳ୍ପ ବିଭାଗ ସେମାନଙ୍କ କର୍ମଶାଳା ଆୟୋଜନ କରିଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଅଧ୍ୟକ୍ଷତା କରିଥିଲେ l ବନଖଣ୍ଡ ଅଧିକାରୀ ଅଜିଜ ଖାନ୍, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ହସ୍ତଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ, ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ପଞ୍ଚାୟତିରାଜ ବିଭାଗରୁ ସି ଡି ଓ ଶ୍ରୀ ଧରୁଆ, ଶ୍ରୀ ଘୋଷ, ଶ୍ରୀ ଲେଙ୍କା, ପାନୀୟ ଜଳଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ନିଜ ନିଜ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ଵନ୍ଧରେ ଜନ ସାଧାରଣଙ୍କୁ ସୂଚନା ପ୍ରଦାନ କରିବା ସହିତ ବିଭାଗୀୟ ସଫଳତାର କାହାଣୀ ପ୍ରଦର୍ଶନ କରିଥିଲେ l ମଞ୍ଚରେ କୃତୀ କାରିଗର ମାନଙ୍କୁ ଏବଂ ଜିଲ୍ଲାର କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପଞ୍ଚାୟତିରାଜ ବିଭାଗ ତରଫରୁ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବ୍ଲକ କଳା ସଂସ୍କୃତି ସଂଘ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଜିଲ୍ଳା ଆଇନ ସେବା ପ୍ରାଧୀକରଣ ସଚିବ ନବନୀତା ଦାଶଙ୍କ ଉଦ୍ୟମରେ ପାରା ଲିଗାଲ ସ୍ଵେଚ୍ଛାସେବୀମାନେ ଏ ଡି ଏଚ୍, ପୁଷ୍ପ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ କ୍ଷୁଦ୍ର ନାଟକ “ପରିବେଶ ଭଗାରୀ ପ୍ଲାଷ୍ଟିକ ଜରି” ପରିବେଷଣ କରିଥିଲେ lସାତ ଦିନ ବ୍ୟାପୀ “ବିକାଶ ମେଳା” ର ସୁମଧୁର ପରିସମାପ୍ତି ହୋଇଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha