ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ
ନୂଆପଡ଼ା -୧୩/୬(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଖୁଟବନଭେରା ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ଗତ କାଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ, ପ୍ରାଧିକରଣର ପ୍ୟାନେଲ୍ ଓକିଲ ଲୋକନାଥ ବାଗ, ଖୁଟବନଭେରା ସରପଞ୍ଚ କଳ୍ପନା କୁଲଦୀପ, ପଞ୍ଚାୟତ ଅଧିକରୀ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ୱାରା ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ସଂପର୍କିତ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ଉଚ୍ଛେଦ, ଶିଶୁ ମାନଙ୍କ ଅଧିକାର ତଥା ସେମାନଙ୍କ ପାଇଁ ଉପଲବ୍ଧ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ ଏବଂ ଶିଶୁଙ୍କ ଅଧିକାରର ସୁରକ୍ଷା ପାଇଁ ମାଗଣା ଆଇନସେବା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଖୁଟବନଭେରା ଗ୍ରାମରେ ଜିଲ୍ଲା ଏକକ-ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ଭାବେ ଘୋଷିତ ହୋଇଥିବାରୁ ସେହି କ୍ରମରେ ଏକ ସ୍ୱଚ୍ଛତା ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ
88