କବିଗ୍ରାମ ସିଙ୍ଗଝର ଠାରେ କବି ଚଣ୍ତିଚରଣ ବିଶି ଜୟନ୍ତୀ
ନୂଆପଡ଼ା -୧୮/୬(ଏମ.ଇ) ଓଡ଼ିଶା ଛତିଶଗଡ଼ ସୀମାରେ ରହି ଜୀବନ ତମାମ ସାହିତ୍ଯ ସାଧନା ମାଧ୍ଯମରେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ମହତ୍ୱପୂର୍ଣ୍ଣ ଅବଦାନ ଦେଇ ଥିବା କବି ଚଣ୍ତିଚରଣ ବିଶିଙ୍କ ଜନ୍ମଜୟନ୍ତୀ କବିଗ୍ରାମ ସିଙ୍ଗଝର ଠାରେ ମଙ୍ଗଳବାର ପାଳନ କରାଯାଇଛି । ସିନାପାଲି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସିଙ୍ଗଝର ହାଇସ୍କୁଲ ପରିସରରେ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ସରପଂଚ କହଁଲ ସିଂ ବାଗ ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, କବିପୁତ୍ର ଉମାକାନ୍ତ ବିଶି, ପ୍ରଧାନଶିକ୍ଷକ ଭୁବନେଶ୍ୱର ମାଝୀ ମଂଚାସୀନ ଥିବା ବେଳେ ସଭାର ଆଲୋଚକ ଭାବରେ ବରିଷ୍ଠ କବି ବିଜୟ କୁମାର ଯୋଷୀ ଓ ଯୁବକବି ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଗୌତମ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ । କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପରେ କଣ୍ଠଶିଳ୍ପୀ ନିକୁଞ୍ଜ ବିହାରୀ ସା କବିଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ଯକ୍ରମରେ ସମିତିର ସଂପାଦକ ତରୁଣ କୁମାର ମେହେରଙ୍କ ସହ ରବିଂଦ୍ରନାଥ ଯୋଷୀ, ଲଳିତ ସୁନାରୀ, ପଙ୍କଜ ପାତ୍ର, ମୁରଲୀଧର ସା, ଗୌରଚଂଦ୍ର ଦଣ୍ତସେନା, ସତ୍ଯବ୍ରତ ଗହୀର, କ୍ଷମାନିଧି ନିଆଲ, ରାକେଶ ମିଶ୍ର, କନକ ବର୍ଦ୍ଧନ ସାହୁ, ବଂଶୀଧର ଜଗତ, କୁମୁଦବନ୍ଧୁ ଯୋଷୀ, ପ୍ରେମାନନ୍ଦ ମେହେର, ତ୍ରିନାଥ ମେହେର, ଡିସମ୍ୱର ମେହେର, ଲୋଚନ ମେହେର, ହରେକୄଷ୍ଣ ମେହେର, ଶତୃଘ୍ନ ପ୍ରଧାନ, ପ୍ରଣବ ଦଣ୍ତସେନା, ଗିରିଶକାନ୍ତ ନିଆଲ, ହରେଶ ନାଏକ, ଅନୁପ ସିଂ ବୈଠାରୁ, ଅଫୁଆ ମାଝୀ, ଯତରାମ ନାୟକ, ମଧୁରାମ ନାଏକ, ଡମ୍ବରୁଧର ବୈଠାରୁ, କିଶୋର ଚନ୍ଦ୍ର ମାଝୀ, ତ୍ରିଲୋଚନ ସଲମା, ଶ୍ରାବଣୀ ବୈଠାରୁ, ମେଘା ବାରିକ, ନିଲେନ୍ଦ୍ରି ନାଏକ, କଳ୍ପନା ନାଏକ, କ୍ଷୀରେଶ୍ୱରୀ ବୈଠାରୁ, ଜୟଶ୍ରୀ ରାଉତ ପ୍ରମୁଖ ସାହିତ୍ଯ ପ୍ରେମୀ ଉପସ୍ଥିତ ଥିଲେ ।ଶେଷରେ ପରେଶନାଥ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ ।
କବିଗ୍ରାମ ସିଙ୍ଗଝର ଠାରେ କବି ଚଣ୍ତିଚରଣ ବିଶି ଜୟନ୍ତୀ
କବିଗ୍ରାମ ସିଙ୍ଗଝର ଠାରେ କବି ଚଣ୍ତିଚରଣ ବିଶି ଜୟନ୍ତୀ
82