Home Uncategorizedନୂଆପଡ଼ା ବିକାଶ ମେଳାରେ ଜିଲ୍ଲା ସ୍ତରୀୟ ସମବାୟ କବାଡି ପ୍ରତିଯୋଗୀତା ଅନୁଷ୍ଠିତ l

ନୂଆପଡ଼ା ବିକାଶ ମେଳାରେ ଜିଲ୍ଲା ସ୍ତରୀୟ ସମବାୟ କବାଡି ପ୍ରତିଯୋଗୀତା ଅନୁଷ୍ଠିତ l

ନୂଆପଡ଼ା ବିକାଶ ମେଳାରେ ଜିଲ୍ଲା ସ୍ତରୀୟ ସମବାୟ କବାଡି ପ୍ରତିଯୋଗୀତା ଅନୁଷ୍ଠିତ l

by Maraguda Express
0 comments

ନୂଆପଡ଼ା ବିକାଶ ମେଳାରେ ଜିଲ୍ଲା ସ୍ତରୀୟ ସମବାୟ କବାଡି ପ୍ରତିଯୋଗୀତା ଅନୁଷ୍ଠିତ l
ନୂଆପଡ଼ା -୧୭/୬ (ଏମ. ଇ)
ନୂଆପଡ଼ା ଜିଲ୍ଲାର ବିକାଶ ମେଳା ଅବସରରେ ସମବାୟ ବିଭାଗ,ନୂଆପଡ଼ା ତରଫରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ମିନି ଷ୍ଟାଡିୟମ ନୂଆପଡ଼ା ଠାରେ ଆୟୋଜିତ ହୋଇଯାଇଛି । ନୂଆପଡ଼ା ଜିଲ୍ଳାର ବିଶିଷ୍ଟ କ୍ରୀଡାବିତ ସମ୍ପାଦକ ଜିଲ୍ଲା କ୍ରିକେଟ ଏସୋସିଏସନ ସରୋଜ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୂଆପଡ଼ା ରୋହିତ ଭୋଇ , ଉପାଧ୍ୟକ୍ଷ ପଞ୍ଚାୟତ ସମିତି ନୂଆପଡ଼ା ଦିଲିପ ନିର୍ମଲକର, ନିବନ୍ଧକ, ଜିଲ୍ଲା ସମବାୟ ସମିତି ନୂଆପଡ଼ା ଶିବପ୍ରାସାଦ ସ୍ଵାଇଁ,ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଯୋଗଦେଇ ମ୍ୟାଚ ଉଦଘାଟନ କରିଥିଲେ। ଜିଲ୍ଲାର ନୂଆପଡ଼ା , କୋମନା, ଖଡ଼ିଆଳ,ସିନାପାଲି ଓ ବୋଡ଼େନ ବ୍ଲକ ଖେଳାଳି ମାନଙ୍କୁ ନେଇ ଆୟୋଜିତ କବାଡି ପ୍ରତିଯୋଗୀତାରେ ନୂଆପଡ଼ା ଓ କୋମନା ବ୍ଲକ ଦଳ ଫାଇନାଲ ମ୍ୟାଚ ପାଇଁ ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଫାଇନାଲ ମ୍ୟାଚରେ ନୂଆପଡ଼ା ଦଳ କୋମନା ଦଳକୁ ୨୬-୨୩ ପଏଣ୍ଟ ରେ ପରାସ୍ତକରି ବିଜୟଲାଭ କରିଥିଲା। ପରିଶେଷରେ ନୂଆପଡ଼ା ବିକାଶ ମେଳା ମୁଖ୍ୟମଞ୍ଚ ରେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ , ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ନିବନ୍ଧକ ଜିଲ୍ଲା ସମବାୟ ସମିତି ଶିବପ୍ରାସାଦ ସ୍ଵାଇଁ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ବିଜେତା ନୂଆପଡ଼ା ବ୍ଲକ ଦଳ ଏବଂ ଉପବିଜେତା କୋମନା ଦଳ ଏବଂ ଶ୍ରେଷ୍ଠ ରେଡର ଭାବରେ ଭୂପନ୍ଦ୍ର ରାଉତ,ନୂଆପଡ଼ା ଦଳ, ଶ୍ରେଷ୍ଠ ଡିଫେଣ୍ଡର ଭାବରେ ହିତେଶ କୁମାର ନାଏକ କୋମନା ଦଳ ଓ ଶ୍ରେଷ୍ଠ ଅଲରାଉଣ୍ଡର ଭାବରେ ହିତେସ ମାଝୀ ନୂଆପଡ଼ା ଦଳକୁ ପୁରସ୍କୃତ କରାଯାଇଥିଲା । ଖେଳପରିଚାଳନା କରିଥିବା ସମସ୍ତ ରାଜ୍ଯସ୍ତରୀୟ କବାଡି ବିଚାରକ ରେଖରାମ ଦଣ୍ଡସେନା, ମହତାବ ଆଡଯୁଆଡ, ଗୋକୁଲରାମ ଦଣ୍ଡସେନା, ରିଙ୍କି ଦଣ୍ଡସେନା,ବିଦ୍ୟାଧର ମାଝୀ, ମଦନ ଲାଲ ଦଣ୍ଡସେନା, ଭରତ ପ୍ରଧାନ, ଜିବଲାଲ ନାଏକ, ଅନିଲ କୁମାର ରାଉତ ଓ ଦେବବ୍ରତ ସାହୁ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପ୍ରତିଯୋଗୀତାର ସଫଳ ଆୟୋଜନରେ ରାଜୁ ଖର୍ସେଲ, ଉତ୍ତମ ପ୍ରାସାଦ ମାଝୀ, ଭଗବତ ରାଉତ, ଟଙ୍କଧର ନାଏକ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha