- ପଞ୍ଚମପୁର ମଣ୍ଡି : ଖୋଲା ଆକାଶ ତଳେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ, ଚାଷୀ ଅସନ୍ତୋଷ।


ନୂଆପଡ଼ା -୧୯/୬(ଏମ.ଇ) ନୂଆପଡ଼ା ବ୍ଳକ ପଞ୍ଚମପୁର ମଣ୍ଡିରେ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ଚାଷୀମାନେ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ଧାନକୁ ମଣ୍ଡିରେ ବିକ୍ରୀ ପାଇଁ ଆଣୁଛନ୍ତି କିନ୍ତୁ ମିଲର୍ସମାନଙ୍କର ଟ୍ରକ୍ ମଣ୍ଡିକୁ ପର୍ଯ୍ୟାପ୍ତ ମାତ୍ରା ରେ ପଠାଉ ନଥିବା ରୁ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁନାହିଁ। ଫଳରେ ଚାଷୀମାନେ ସପ୍ତାହ ସପ୍ତାହ ଧରି ନିଜ ଧାନକୁ ଜଗି ରହୁଛନ୍ତି। ଆଗକୁ ବର୍ଷାଋତୁ ଆସୁଥିବାରୁ ମଣ୍ଡିରେ ୟାର୍ଡ ନଥିବା ରୁ ଖୋଲା ଆକାଶ ତଳେ ଧାନବସ୍ତା ପଡ଼ିରହିଛି , ଯାହା ବର୍ଷା ରେ ଭିଜି ଗଜା ହେବାର ଆଶଙ୍କା ରହିଛି। ଗତ ତିନି ଦିନ ରୁ ମେଘୁଆ ପାଗ ଚାଷୀଙ୍କୁ ଆତଙ୍କିତ କରିଛି। ବର୍ଷାରେ ଧାନ ଭିଜିଗଲେ ବିକ୍ରି ହେବନାହିଁ ବୋଲି ଚାଷୀ ଭୟଭୀତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀଙ୍କ ଅଡୁଆ ବଢିବାରେ ଲାଗିଛି। ସାରାବଙ୍ଗ ପ୍ୟାକ୍ସ ଅଧିନ ପଞ୍ଚମପୁର ମଣ୍ଡିରେ ୧୫ ରୁ ୨୦ ହଜାର ଧାନ ବସ୍ତା ପଡ଼ିରହିଛି। ଆଗାମୀ ଦିନରେ ମଣ୍ଡି ରୁ ଧାନ ନ ଉଠିଲେ ରାଜ ରାସ୍ତାକୁ ଓହ୍ଲାଇ ସି.ଏସ.ଓ. ଅଫିସ ଘେରାଉ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସଂପର୍କ ରେ ପ୍ରଶାସନକୁ ପଚାରିବାରୁ ଅନ୍ୟ ଜିଲ୍ଲା ର ମିଲର୍ସ ଶିଘ୍ର ଧାନ ଉଠାଇବବେ ବୋଲି କହିଛନ୍ତି।