ବିକାଶ ମେଳା ର ଚତୁର୍ଥ ଦିନ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ର କର୍ମଶାଳା। ନୂଆପଡ଼ା -୧୬/(ଏମ.ଇ) ନୂଆପଡ଼ା ଜିଲ୍ଳା ବିକାଶ ମେଳାର ଚତୁର୍ଥ ଦିନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗର ସଚେତନତା ସଭା ତଥା କର୍ମଶାଳା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଏଥିରେ ଅଧ୍ୟକ୍ଷତା କରିଥିଲେ l ଏଡି ଏମ୍ ଡଃ ଲଲିତ ମୋହନ ବିଶି ଏବଂ ଡି ପି ଏମ୍ – ଏନ୍ ଏଚ୍ ଏମ୍ ସତ୍ୟନାରାୟଣ ତ୍ରିପାଠୀ, ଅତିରିକ୍ତ ପରିଚାଳକ ଏନ୍ ସି ଡି- ଶରତ ଚନ୍ଦ୍ର ନାୟକ, ଜିଲ୍ଳା ମିଶନ ଶକ୍ତି ପରିଚାଳକ ସୁନୀଲ କୁମାର ମଲ୍ଲିକ ଓ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ପାୱାର ପଏଣ୍ଟ ମାଧ୍ୟମରେ ନିଜ ନିଜ ବିଭାଗର ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ l ଏହି ବିଭାଗ ମାନଙ୍କରେ ଊଲ୍ଲେଖନିୟ ସେବା ଯୋଗାଇ ଦେଇଥିବା ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହିତ ସୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଜିଲ୍ଳା ସ୍ତରୀୟ ପ୍ରତିଯୋଗିତାର ବିଜୟି ଦଳ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଗତ ଶିକ୍ଷା ବର୍ଷରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ରାଜ୍ଯ ଓ କେନ୍ଦ୍ର ବୋର୍ଡ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟ ବର୍ଗରେ ପ୍ରଥମ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଏବଂ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ରଜ ଉତ୍ସବ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ହୋଇଥିବା ପୁଚି, ମ୍ୟୁଜିକ୍ ଚେୟାର ଓ ରଜ କୁଇନ୍ ପ୍ରତିଯୋଗିତାର ବିଜୟିନୀ କିଶୋରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣ ସମାରୋହରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଳା ଆଇନ ସେବା ପ୍ରାଧୀକରଣ ସଚିବ ନବନୀତା ଦାଶ, ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ ପ୍ରମୁଖ ଯୋଗ ଦେଇଥିଲେ lସନ୍ଧ୍ୟାରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଜିଲ୍ଲପାଳ ନିଜେ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରତିଯୋଗୀ ଏବଂ ସାଂସ୍କୃତିକ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଳା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ରାଜସ୍ଵ ସହାୟକ ବିଭୁ ଦତ୍ତ ମିଶ୍ର ପ୍ରମୂଖ ପରିଚାଳନା କରିଥିଲେ l ପାଗ ଭଲ ଥିବାରୁ ବହୁ ସଂଖ୍ୟାରେ ଦର୍ଶକମାନେ ମେଳା କୁ ଉପଭୋଗ କରିଥିଲେ l
ବିକାଶ ମେଳା ର ଚତୁର୍ଥ ଦିନ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ର କର୍ମଶାଳା
62