Home Uncategorizedବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଜିଲ୍ଲା ସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ

ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଜିଲ୍ଲା ସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ

ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଜିଲ୍ଲା ସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ

by Maraguda Express
0 comments

ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଜିଲ୍ଲା ସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ
ନୂଆପଡା-୧୮/୬ (ଏମ.ଇ) ନୂଆପଡ଼ା ରେ ବନ୍ୟା ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ସେମାନଙ୍କ ବିଭାଗର ବନ୍ୟା ପୂର୍ବ, ବନ୍ୟା ସମୟ ଓ ବନ୍ୟା ପରର ପ୍ରସ୍ତୁତି ଉପରେ ବିଭାଗର ଦାୟିତ୍ୱ ଓ ପ୍ରସ୍ତୁତି ବର୍ଣ୍ଣନା କରିଥିଲେ। ପ୍ରାରମ୍ଭିକ ଅଭିଭାଷଣରେ ଶ୍ରୀ
ରଇତ ବନ୍ୟା ଓ ବାତ୍ୟାର ପ୍ରକୋପ ଓ ଏହାର ପୂର୍ବ ପ୍ରସ୍ତୁତି କିପରି କରାହେବ, ଜିଲ୍ଲାରେ ଏହାକୁ କିଭଳି ସୁଚାରୁରୂପେ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ସୁଦେଶ କୁମାର ସେଠୀ ଆଶ୍ରୟ ସ୍ଥଳୀ ପରିଚାଳକ ବିଶେଷଜ୍ଞ ନିଜ ଅଭିଭାଷଣରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ କିପରି ବିଭିନ୍ନ ବିପର୍ଯ୍ୟୟକୁ ସୁଚାରୁରୂପେ ପରିଚାଳନାରେ ସକ୍ଷମ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ସାରା ବିଶ୍ୱରେ ଓଡିଶା ବିପର୍ଯ୍ୟୟ କତ୍ତୃପକ୍ଷ ସଂସ୍ଥା ଆପଦ ସୁପରିଚାଳନା ପାଇଁ କିଭଳି ଉଚ୍ଚ ପ୍ରଶଂସିତ ହୋଇଛି ତାହା ବର୍ଣ୍ଣନା କରିଥିଲେ l ଓ ଏସଡିଏମଏ ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର କୁମାର ସ୍ଵାଇଁ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀ ନିମେଷ ଧରୁଆ ଓ ଛତ୍ରପାଳ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha