by Maraguda Express
0 comments

ଜିଲ୍ଲାରେ ଜଳବାୟୁ ସ୍ଥିରତା ପାଇଁ ଅନୁକୂଳନ କାର୍ଯ୍ୟକ୍ରମ l ଦେଶର ତିନୋଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଲା ନୂଆପଡ଼ା l
ନୂଆପଡ଼ା -୧୭/୫(ଏମ.ଇ)
ନୂଆପଡ଼ା ଜିଲ୍ଲାରେ ମିଳିତ ଜାତିସଂଘ ଅନ୍ତର୍ଗତ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ ଡବ୍ଲ୍ୟୁଏଫପି ଆନୁକୁଲ୍ୟରେ ଜଳବାୟୁ ସ୍ଥିରତା ପାଇଁ ଅନୁକୂଳନ ଏଡିଏପିଟି୪ଆର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି lଦେଶର ତିନୋଟି ଜିଲ୍ଲା କାଡପା, ରାମନାଥପୁରମ ଓ ନୂଆପଡ଼ା ରେ ଏହା ପ୍ରଥମେ କାର୍ଯ୍ୟକାରୀ ହେବ l ଜଳବାୟୁ ପରିବର୍ତ୍ତନ ସହ ତାଳ ମିଳେଇବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ I ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ I ବନ ଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଳା ନୋଡାଲ ଅଧିକାରୀ ଭାବରେ ସମସ୍ତଙ୍କୁ ସ୍ଵାଗତ କରି କର୍ମଶାଳାର ଉଦ୍ଦେଶ୍ୟ ଓ ଏହାଦ୍ବାରା ଜିଲ୍ଲା କିଭଳି ଉପକୃତ ହୋଇପାରିବ କହିଥିଲେ I ବୋଡ଼େନ ଓ ଖଡିଆଳ ବ୍ଲକର ଦୁଇଟି ଲେଖାଏଁ ଗ୍ରାମପଞ୍ଚାୟତର ୨୦ ଟି ଗାଁ ରେ ଏହି କାର୍ଯ୍ୟକ୍ରମ ଚାଲିବ I ଜିଲ୍ଲାପାଳ କହିଲେ ସମଗ୍ର ଦେଶର ତିନୋଟି ଜିଲ୍ଲା ଭିତରେ ନୂଆପଡ଼ା ଚୟନ ହେବା ଆମ ଜିଲ୍ଲା ପାଇଁ ସୌଭାଗ୍ଯ ଓ ଗର୍ବ ର ବିଷୟ I ପରିବେଶ ପରିବର୍ତ୍ତନକୁ କିପରି ଆମେ ସହ୍ୟ କରି ପାରିବା ସେଥିପାଇଁ ବିଭିନ୍ନ ବିଭାଗକୁ ନେଇ ସମନ୍ଵିତ ଭାବରେ ଆମେ କାମ କରିବା I ଜନସାଧାରଣଙ୍କ ସହଯୋଗରେ ଆମ ଜିଲ୍ଲାକୁ ଆମେ ଏଥିରେ ଏକ ନମ୍ବର ରେ ରଖିବାକୁ ପ୍ରୟାସ କରିବା I ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମ ଓଡିଶା ମୁଖ୍ୟ ହିମାଂଶୁ ବଳ କହିଲେ ଏହା କେବଳ ଶ୍ରୀଲଙ୍କା ଓ ଭାରତରେ ଏବେ ଆରମ୍ଭ ହେବ I ଏହାଦ୍ଵାରା କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ସମୁହ ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖୁଆଇ ନିଜର ସ୍ଥିତିର ଉନ୍ନତି କରିପାରିବେ ।କାର୍ଯ୍ୟକ୍ରମର ନେସନାଲ ପ୍ରୋଜେକ୍ଟ
କୋଅର୍ଡିନେଟର ବାଲାଜୀ ତ୍ରିପାଠୀ, ରାଜ୍ଯ ପ୍ରୋଗ୍ରାମ ପରିଚାଳକ ତୁଷାରକାନ୍ତ ଦାଶ ଓ ପ୍ରୋଜେକ୍ଟ ମ୍ୟାନେଜର ସୁଦେସ୍ନା ସେନ୍ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ହିତାଧିକାରୀ ମାନଙ୍କୁ ପ୍ରୋଜେକ୍ଟ ବିଷୟରେ ବିଶଦ ଭାବରେ ବୁଝାଇଥିଲେ l କର୍ମଶାଳାରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ମିଶନଶକ୍ତି, ପ୍ଲାନିଙ୍ଗ, କେ ଭି କେ ଇତ୍ୟାଦି ବିଭାଗର ଜିଲ୍ଳା ସ୍ତରୀୟ ଅଧିକାରୀ, ସମ୍ପୃକ୍ତ ବିଡିଓ, ସରପଞ୍ଚ ଯୋଗ ଦେଇଥିଲେ l ହିତାଧିକାରୀ ମହିଳା ପ୍ରତିନିଧିଙ୍କ ସହ ସ୍ଵେଚ୍ଛାସେବୀ ସଂଗଠନ ୟାର ରୁ ମହେନ୍ଦ୍ର ଯୋଶୀ, ପଲ୍ଲୀବିକାଶ ରୁ ସୁରେଶ ରାଉତ, ଲୋକଦୃଷ୍ଟି ରୁ ଭୁବନେଶ୍ବର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଦ୍ୱି ଦିବସୀୟ କର୍ମଶାଳା କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ମହିଳା ମାନଙ୍କ ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖୁଆଇବା ସାମର୍ଥ୍ୟ ବୃଦ୍ଧିକରି ସେମାନଙ୍କ ଜୀବନ ଜିବିକା କୁ ଉନ୍ନତ, ବହୁ ମୁଖୀ ଓ ଜଳବାୟୁ ସହଣୀ କରିବ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha